ସେ ସମୟରେ ମହର୍ଷି ଦୟାନନ୍ଦ ସାହାପୁର ଠାରେ ଅବସ୍ଥାନ କରୁଥାନ୍ତି, ସ୍ବାମୀଜୀ ଯେଉଁଠାରେ ରହୁଥିଲେ ତା’ର ଅତି ନିକଟରେ ଏକ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଚାଲିଥାଏ। ଶ୍ରମିକମାନେ କାର୍ଯ୍ୟରେ ଲାଗିଥାନ୍ତି କିନ୍ତୁ ହଠାତ୍ ଏକ ବିପର୍ଯ୍ୟୟ ଘଟିଲା। ନିର୍ମାଣଧୀନ ଛାତର କିଛି ଅଂଶ ଭୁଷୁଡି ପଡ଼ିଲା। କାର୍ଯ୍ୟରତ ଶ୍ରମିକମାନେ କିଛି ଜାଣିବାର ଅବସର ପାଇନଥିଲେ। କିଛି ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଚାପିହୋଇ ରହିଯାଇଥିଲେ। ସେମାନେ ଯଦିଓ ଜୀବିତ ଥିଲେ କିନ୍ତୁ ବାହାରକୁ ଆସିବାର ଉପାୟ ନଥିଲା। ଜୀବନ ବଞ୍ଚାଇବା ପାଇଁ ସେମାନେ ବିକଳ ଚିତ୍କାର କରୁଥିଲେ।
ଚିତ୍କାର ଶୁଣି ପାଖରେ ଥିବା ଅନ୍ୟାନ୍ୟ ଶ୍ରମିକ ତଥା ନିକଟରେ ଥିବା ଗ୍ରାମବାସୀ ସମସ୍ତେ ଆସି ରୁଣ୍ଡ ହୋଇଯାଇଥିଲେ ମଧ୍ୟ ଧ୍ୱଂସ ସ୍ତୁପ ତଳୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା। ସାହାଯ୍ୟକାରି ଦଳ ମଧ୍ୟ ଆସି ପହଞ୍ଚିଲେ। ମାତ୍ର ସେମାନେ ମଧ୍ୟ ଶତ ଚେଷ୍ଟା କରି ବିଫଳ ହେଲେ। ସେମାନେ ଦେଖିଲେ ଯେ ଯଦି କଂକ୍ରିଟ ଛାତ ଆଡେଇ ଦିଅନ୍ତି ତାହାଲେ ସମ୍ପୁର୍ଣ୍ଣ କୋଠାଟି ଭୁଷୁଡି ପଡିବ ତେଣୁ ସେମାନେ ଖାଲି ନିରବ ଦ୍ରଷ୍ଟା ସାଜିଲେ।
ଏତେ ଲୋକ ସମାଗମ ଦେଖି ସ୍ବାମୀ ଦୟାନନ୍ଦ ସେଠାରେ ପହଞ୍ଚିଲେ। ଏବଂ ସମସ୍ତ ଘଟଣା ଜାଣିପାରିଲେ। ତତ୍ କ୍ଷଣାତ ଗୋଟିଏ ହାତରେ ଭୁଷୁଡି ପଡ଼ିଥିବା ସେଇ ବିରାଟ କଂକ୍ରିଟ ଖଣ୍ଡକୁ ଉଠାଇ ଦେଇ ଚାପି ହୋଇଥିବା ଶ୍ରମିକ ମାନଙ୍କୁ ବାହାରକୁ ଆଣିଥିଲେ। ନିକଟରେ ଜମାହୋଇଥିବା ଲୋକମାନେ ସ୍ବାମୀଜୀଙ୍କ ଭୂଜବଳ ଦେଖି ତାଙ୍କର ଜୟଗାନ କରୁଥିଲାବେଳେ ସ୍ବାମୀଜୀ କହିଲେ ଏ ଶକ୍ତି କୌଣସି ଅଲୌକିକତା କିମ୍ବା ଚମତ୍କାରିତା ଦେଖାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ମୋର କର୍ତ୍ତବ୍ୟ ଥିଲା । ସଂଯମ ଯୁକ୍ତ ସାଧନା ବଳରେ ଯେ କେହି ମଧ୍ୟ ଏହି ଶକ୍ତିର ଅଧିକାରୀ ହୋଇ ପାରିବେ ଏବଂ ଶାରିରୀକ ଶକ୍ତିର ବିକାଶ ଘଟାଇ ପାରିବେ ବୋଲି ସ୍ବାମୀଜୀ ସମସ୍ତଙ୍କୁ ବୁଝାଇ ଦେଇ ନମ୍ର ଭାବରେ ସ୍ଥାନ ପରିତ୍ୟାଗ କରିଥିଲେ।।https://thetopmost.in/an-artificial-eye-can-see-everything-for-a-blind-person/
https://thetopmost.in/electricity-invented-from-orange-flacks/
More Stories
ସନ୍ଧ୍ୟା ବେଳେ ଭୁଲରେ ବି କରନ୍ତୁନି ଏପରି କାମ
ନୂଆ ବର୍ଷରେ ଘରୁ ଫିଙ୍ଗନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ ଦରିଦ୍ର
ଏହି 4 ରାଶି ସୁନା ପିନ୍ଧିଲେ ଚମକିବ ଭାଗ୍ୟ